Friday, 8 October 2021

ଭାରତ ସରକାରଙ୍କ ସେବା

 ସେବା

ଇସ୍ରାଏଲ ଜାହାଜ ଉପରେ ଡ୍ରୋନ ଆକ୍ରମଣ, ଜାହାଜ ପଠାଇଲା ଭାରତ 

24-12-2023

ନୂଆଦିଲ୍ଲୀ: ଭାରତୀୟ ଉପକୂଳ ନିକଟରେ ହିନ୍ଦ ମହାସାଗରରେ ଲାଆଇବେରିଆ ପତାକା ଥିବା ମାର୍ଚେଣ୍ଟ ଶିପ୍ ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ଦିନ ଏକ ସନ୍ଦିଗ୍ଧ ଡ୍ରୋନ୍ ଦ୍ୱାରା ଏହି ଆକ୍ରମଣ କରାଯାଇଥିଲା, ଯାହାଦ୍ୱାରା ଇସ୍ରାଏଲର ବାଣିଜ୍ୟିକ ଜାହାଜଟି କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଏଥିରେ କେହି ଆହତ ହୋଇନଥିଲେ । ବ୍ରିଟିଶ ସେନାର ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ ଏବଂ ସାମୁଦ୍ରିକ ସୁରକ୍ଷା ସଂସ୍ଥା ଆମ୍ବ୍ରେ କହିଛି ଯେ ଭାରତର ଭଓର୍୍ୱାଲ ନିକଟରେ ଇସ୍ରାଏଲର ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ କରିଛି । ଏହି ଆକ୍ରମଣ ଯୋଗୁଁ ଜାହାଜରେ ନିଆଁ ଲାଗିଯାଇଥିଲା । ସୂଚନାଯୋଗ୍ୟ, ଗତ ମାସରେ ଭାରତ ମହାସାଗରରେ ଇସ୍ରାଏଲର ଆଉ ଏକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା । ଏହାପରେ ଆମେରିକୀୟ ଅଧିକାରୀମାନେ ଦାବି କରିଥିଲେ ଯେ ଏହି ଆକ୍ରମଣ ଏକ ଇରାନୀ ଡ୍ରୋନ ମାଧ୍ୟମରେ ହୁଥି ବିଦ୍ରୋହୀଙ୍କ ଦ୍ୱାରା କରାଯାଇଥିଲା । ଶନିବାର ହୋଇଥିବା ଏହି ଆକ୍ରମଣ ପଛରେ ବି ହୁଥି ବିଦ୍ରୋହୀମାନଙ୍କ ହାତ ଥିବା ଇସ୍ରାଏଲ ସଂଦେହ କରୁଛି । ଗତ ମାସରେ ୟେମେନର ହୁଥି ବିଦ୍ରୋହୀମାନେ ଲୋହିତ ସାଗର ଜାହାଜ ମାର୍ଗରେ ଭାରତ ଅଭିମୁଖେ ଯାଉଥିବା ଇସ୍ରାଏଲ ସହ ସଂପର୍କିତ ଏକ ମାଲବାହୀ ଜାହାଜକୁ ଅପହରଣ କରିଥିଲେ । ସେହିପରି ବିଦ୍ରୋହୀମାନେ ଜାହାଜର ୨୫ ଜଣ କର୍ମଚାରୀଙ୍କୁ ବନ୍ଧକ ରଖିଥିଲେ । ସୂଚନାଯୋଗ୍ୟ ଯେ, ଜାହାଜରେ ନିଆଁ ଲାଗିଯିବା ଫଳରେ ଏହାର ଇଞ୍ଜିନ୍ ବନ୍ଦ ହୋଇଯାଇଥିଲା । ଏହା ପରେ ଜାହାଜ ପକ୍ଷରୁ ସହାୟତା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରାଯିବା ପରେ ସେଠାକୁ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ ପକ୍ଷରୁ ଜାହାଜ ପଠାଯାଇଛି । ମିଳିଥିବା ସୂଚନା ଅନୁସାରେ ଉକ୍ତ ଜାହାଜ ନିକଟରେ କୋଷ୍ଟଗାର୍ଡ ଜାହାଜ ଆଇସିଜିଏସ ବିକ୍ରମ୍ ପହଞ୍ଚିଛି । ସେହିପରି ଭାରତୀୟ ନୌସେନା ମଧ୍ୟ ଉକ୍ତ ଜାହାଜ ନିକଟକୁ ଯୁଦ୍ଧ ଜାହାଜ ପଠାଇଛି । ଇସ୍ରାଏଲୀ ଜାହାଜ ଉପରେ ଆକ୍ରମଣ ହେବା ବେଳେ ଆଖପାଖରେ ଆଇସିଜିଏସ ବିକ୍ରମ୍ ଥିଲା । ଏ ସଂପର୍କରେ ଖବର ପାଇବା ପରେ କୋଷ୍ଟଗାର୍ଗ ନୌସେନାକୁ ବି ସତର୍କ କରାଇଦେଇଥିଲା । ମିଳିଥିବା ସୂଚନା ଅନୁସାରେ ଉକ୍ତ ଜାହାଜରେ ୨୦ ଭାରତୀୟ ମଧ୍ୟ ଅଛନ୍ତି । ସମସ୍ତ କ୍ରିୟୁ ସଦସ୍ୟ ନିରାପଦ ଥିବା କୁହାଯାଉଛି 






୯ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀକୁ ସେବା ଦିବସ ଭାବେ ପାଳନ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଉଦ୍‌ଘାଟନ
https://vskodisha.com/odia-news-172/
ଆରଏସ୍ ଏସ୍ ତରଫରୁ ସେବା ସପ୍ତାହ
ଆଫଗାନ ପାଇଁ ଭାରତକୁ ଗହମ ମାଗିଲା ଜିତିସଂଘ

No comments:

Post a Comment

ଶିଶୁ ବିଦ୍ୟାମନ୍ଦିର

  29-7-24 ଆମ ଓଡିଶା ଓ ଶ୍ରୀରାମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ରକ୍ତାଦାନ ଶିବିର  https://www.facebook.com/ viswasambadkendraodisha/posts/ pf...